ସିଲ୍ ହେଲା ପଟିଆ ବିଗ୍ ବଜାର

ଭୁବନେଶ୍ୱର: ରାଜଧାନୀର ପଟିଆ ସ୍ଥିତ ବିଗ୍ ବଜାରକୁ ଗୁରୁବାର ସିଲ୍ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ମଲ୍ ସିଲ୍ ହୋଇଛି। ପରିମଳ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ନେଇ ଏହାକୁ ସିଲ୍ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଆବଶ୍ୟକୀୟ କାଗଜପତ୍ର ନ ଥିବାରୁ ବିଲ୍ଡିଂ ମାଲିକ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

Comments are closed.