୩ ଦିନରେ ବଜେଟ୍‍ ଉଠାଇଲା ‘ପତି ପତ୍ନୀ ଔର୍‍ ୱୋ’

ମୁମ୍ବଇ: କାର୍ତ୍ତିକ ଆର୍ଯ୍ୟନ୍‍, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଚଳଚ୍ଚିତ୍ର ‘ପତି ପତ୍ନୀ ଔର୍‍ ୱୋ’କୁ ଦର୍ଶକ ଖୁବ୍‍ ଭଲପାଇବା ଦେଉଛନ୍ତି। ସମୀକ୍ଷକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସରେ ଚଳଚ୍ଚିତ୍ର ଜବରଦସ୍ତ ଆୟ କରୁଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ମାତ୍ର ୩ ଦିନରେ ତା’ର ବଜେଟ୍‍ ଉଠାଇବାରେ ସଫଳ ହୋଇଛି।

ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ମୁକ୍ତିଲାଭର ୩ ଦିନରେ ଚଳଚ୍ଚିତ୍ର ୩୫.୯୪ କୋଟି ଟଙ୍କା ଆୟ କରିଛି। କେବଳ ଏତିକି ନୁହେଁ ‘ପତି ପତ୍ନୀ ଔର୍‍ ୱୋ’ କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରରେ ତିନି ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍‍ ଶୁକ୍ରବାର ୯.୧୦ କୋଟି, ଶନିବାର ୧୨.୩୩ କୋଟି ଓ ତୃତୀୟ ଦିନ ରବିବାର ୧୪.୫୧ କୋଟି ଟଙ୍କା ଆୟ କରିଛି।

Comments are closed.