ପଠାଣି ସାମନ୍ତ ପ୍ଲାନେଟାରିୟମ : ବର୍ଷ ଶେଷ ରବିବାର ରେକର୍ଡ ସଂଖ୍ୟକ ଦର୍ଶକ

ଭୁବନେଶ୍ବର : ୩୦ ବର୍ଷର ରେକର୍ଡ ଭାଙ୍ଗିଛି ପଠାଣି ସାମନ୍ତ ପ୍ଲାନେଟାରିୟମ। ‘ଶୋ’ ପରିବେଷଣ କରି ରବିବାର ୬୫,୨୧୦ ଟଙ୍କା ଅର୍ଥ ସଂଗୃହ କରିଛି। ଡିସେମ୍ବର ୨୨ରେ ସର୍ବାଧିକ ୫୫,୩୩୦ ଟଙ୍କା ସଂଗୃହୀତ ହୋଇଥିଲା। ତେବେ ରବିବାର ସକାଳ ୧୦ରୁ ସନ୍ଧ୍ୟା ୭ଟା ମଧ୍ୟରେ ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ‘ଶୋ’ ପରିବେଷଣ କରାଯାଇ ଥିଲା। ‘ଶୋ’ ଗୁଡ଼ିକ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ପରିବେଷଣ ହୋଇଥିଲା। ସମୁଦାୟ ୧୮ଟି ‘ଶୋ’ ଚାଲି ଥିବାବେଳେ ୨୫୭୯ ଦର୍ଶକ ‘ଶୋ’ ଦେଖିଥିଲେ ବୋଲି ପ୍ଲାନେଟାରିୟମର ଉପ-ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Comments are closed.