୪ଟି ଭାଷାରେ ରିଲିଜ୍ ହେଲା ‘ପଠାନ୍’ ପୋଷ୍ଟର; ଦମ୍ଦାର୍ ଅବତାରରେ ଶାହରୁଖ୍, ଦୀପିକା ଓ ଜନ୍

ମୁମ୍ବାଇ: ବଲିଉଡ଼ ଅଭିନେତା ଶାହରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ର ପୋଷ୍ଟର ଗୁରୁବାର ୪ଟି ଭାଷାରେ ରିଲିଜ୍ ହୋଇଛି। ୟଶରାଜ ଫିଲ୍ମସ୍ର ସୋସିଆଲ ମିଡିଆ ଆକାଉଣ୍ଟରେ ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରାଯାଇଛି। ଏହି ପୋଷ୍ଟରକୁ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍ କରାଯାଇଛି। ପୋଷ୍ଟର ସହ କ୍ୟାପ୍ସନରେ ଲେଖାହୋଇଛି, ‘‘ଜୋର୍ରେ ଧରି ରଖନ୍ତୁ, ଆପଣଙ୍କ ଯାତ୍ରା ଉତ୍ଥାନ-ପତନ ଭରା ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବାକୁ ଆଉ ୫୫ ଦିନ ବାକି ଅଛି। ଜାନୁଆରୀ ୨୫ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଆପଣଙ୍କ ନିକଟତମ ପ୍ରେକ୍ଷାଳୟକୁ ଆସିବ ପଠାନ୍’’।
Hold on tight, the ride is about to get bumpy! #55DaysToPathaan
Celebrate #Pathaan with #YRF50 only at a big screen near you on 25th January, 2023. Releasing in Hindi, Tamil and Telugu. pic.twitter.com/2gos7T2S7U— Yash Raj Films (@yrf) December 1, 2022
ପୋଷ୍ଟରରେ ଶାହରୁଖ ହାତରେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି। ସେହିପରି ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମ୍ ମଧ୍ୟ ହାତରେ ବନ୍ଧୁକ ଧରିଛନ୍ତି। ପୋଷ୍ଟରରେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏବଂ ୪ଟି ଭାଷାରେ ତା’ର ନାଁ ଲେଖାହୋଇଛି। ଏହି ପୋଷ୍ଟର ଦର୍ଶକଙ୍କ ମନରେ ଫିଲ୍ମ ପ୍ରତି ଉତ୍କଣ୍ଠା ଦ୍ବିଗୁଣିତ କରିଛି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦେଶିତ ‘ପଠାନ୍’ ଏକ ପାନ୍ ଇଣ୍ଡିଆ ଫିଲ୍ମ।
Comments are closed.