ଲାଞ୍ଚ ନେବା ଅଭିଯୋଗରେ ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଡିଏଫଓ ଏବଂ ଡେପୁଟି ରେଞ୍ଜର ଗିରଫ
ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ାଉ, ଏକଲକ୍ଷ ୬୬ ହଜାର ଟଙ୍କା ଜବତ

ବଲାଙ୍ଗିର/ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ କେନ୍ଦୁପତ୍ର ଡିଭିଜନର ଡିଏଫଓ ପ୍ରଣବ କୁମାର ମହାନ୍ତି, ଡେପୁଟି ରେଂଜର ତ୍ରିଲୋଚନ ଦେହୁରୀଙ୍କ ଜରିଆରେ ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଉଭୟଙ୍କୁ ଗିରଫ କରିଛି। ତାଙ୍କ ଘର ଓ ଅଫିସ ଯାଞ୍ଚ ଚାଲିଛି। ଫଡି ଘର ମରାମତି ଟଙ୍କାରୁ ଲାଞ୍ଚ ନେଇଥିବାଏକଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଛି।
ଡ଼ିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ସହାୟତାରେ ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କ ଠାରୁ ଏକଲକ୍ଷ ୬୬ ହଜାର ପିସି ମଗାଇଥିବା ଅଭିଯୋଗ ହୋଇଥିଲା। ଦେହୁରୀ ରେଞ୍ଜର ପାଖକୁ ଯାଇ ଉକ୍ତ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ପି.କେ କିଷାନ ଆଇଆଇସି ସଦାନନ୍ଦ ପାଣି ପ୍ରମୁଖ ଚଢାଉ କରିଥିଲେ। ଏହି ଟିମରେ ବଲାଙ୍ଗିର ବରଗଡ ସୋନପୁର ଓ ରାଉରକେଲା ଅଧିକାରୀ ମାନେ ଏହି ଚଢ଼ାଉରେ ସାମିଲ ଥିଲେ