୪ ମୋବାଇଲ ଚୋର ଗିରଫ୍‍

ପାଟଣାଗଡ :  ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ ଗ୍ରାମର ଡିଙ୍ଗର କର୍ମିଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତ ୪ଟି ମୋବାଇଲ ଫୋନ ଚୋରୀ କରି ନେଇଥିବା ନେଇ ଲରମ୍ଭା ଥାନାରେ କରିଥିବା ଅଭିଯୋଗର ତଦନ୍ତ କରି ପୁଲିସ ପୁଲିସ ୪ ଜଣ ମୋବାଇଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରୀ ମୋବାଇଲଗୁଡିକୁ ଉଦ୍ଧାର କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ  ପୁଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି।

ଖବର ଅନୁଯାୟୀ,  ଗତ ୨୯ ତାରିଖ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗିି ୪ ଗୋଟି ମୋବାଇଲ ଫୋନ ଚୋରୀ କରିନେଇଥିବା ବିଷୟରେ ଘସିଏନ ଗ୍ରାମର ଡିଙ୍ଗର କର୍ମି ୩୦ ତାରିଖ ଦିନ ଲରମ୍ଭା ଥାନାରେ ଲିଖିତ ଏତଲା ଦାୟର କରିଥିଲେ। ଉକ୍ତ ଅଭିଯୋଗର ତଦନ୍ତ କରି ଲରମ୍ଭା ପୁଲିସ ଲରମ୍ଭା ଗ୍ରାମର ଉମାଶଙ୍କର ଭୁଏ(୨୯), ଘସିଏନ ଗ୍ରାମର ସମୀର ସାହୁ(୨୫), ବିଭୁତି ମିଶ୍ର(୨୫) ଏବଂ ପୁଡାପଦର ଗ୍ରାମର ବୁଧୁ ସାହୁ(୩୫)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରୀ ଯାଇଥିବା ମୋବାଇଲ ଫୋନ ଗୁଡିକୁ ଜବତ କରିଥିବା ସୂଚନା ଦିଆଯାଇଛି। ଏ ସଂକ୍ରାନ୍ତରେ ଲରମ୍ଭା ଥାନାରେ ଭାରତ୍ୟୀ ପିଙ୍ଗଳ କୋଡ ଧାରା ୪୫୭/୩୮୦ ଏବଂ ୪୧୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୂକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ନାଏକ ପ୍ରକାଶ କରିଛନ୍ତି।

Comments are closed.