ଗାଧୋଇବା ସମୟରେ ବୁଡି ଗଲେ ବୃଦ୍ଧ

ପାଟଣା – ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ସବରଣିବେଡ଼ା ଗ୍ରାମର କ୍ଷୀରୋଦ କୁମାର ମହାନ୍ତ(୬୦) ଆଜି ପୋଖରୀ ରେ ବୁଡି ପ୍ରାଣ ହରାଇଛନ୍ତି। କ୍ଷୀରୋଦ ଆଜି ମଧ୍ୟାହ୍ନ ରେ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ପୋଖରୀ ଟି ମେସିନ ରେ ଖୋଳା ଯାଇଥିବାରୁ ଗାଧୋଇବା ସମୟରେ ତାଙ୍କର ଗୋଡ଼ ଖସି ଯାଇଥିବା ବେଳେ ସେ ଗଭୀର ଜଳ କୁ ଚାଲିଯାଇଥିଲେ। ଆଜି ଅପରାହ୍ନ ରେ ଏ ଖବର ଜଣାପଡିବା ପରେ ସାହାରପଡ଼ା ଫାଣ୍ଡି ଏ ଏସ ଆଇ ଶିବପ୍ରସାଦ ଆଇଚ ଘଟଣା ସ୍ଥଳକୁ ଯାଇ ପୋଖରୀ ରୁ ବୃଦ୍ଧ ଙ୍କ ଶବ ଉଦ୍ଧାର କରିଛନ୍ତି। ନିଜ ବାପା ଙ୍କ ଏଭଳି ଅଭାବନୀୟ ମୃତ୍ୟୁ ଖବର ପାଇ ତାଙ୍କ ପୁଅ ଆଜି ସନ୍ଧ୍ୟାରେ ଘରେ ଆସି ପହଞ୍ଚିଛନ୍ତି । ମୃତକ ଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Comments are closed.