MEllora 950×100

୯ ଦିନରେ ପହଞ୍ଚିଲା ଅଙ୍ଗନୱାଡି କର୍ମୀ ପାଚିକାଙ୍କ ଆନ୍ଦୋଳନ 

ପାଟଣା :  ଓଡିଶା ଅଙ୍ଗନୱାଡି ମହିଳା କର୍ମୀ ସଂଘ ତରଫରୁ ଆନ୍ଦୋଳନ ତୀବ୍ରତର ହେଉଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟଳୟ ସମୁଖରେ ଅଲ ଓଡିଶା ଅଙ୍ଗନୱାଡି ମହିଳା କର୍ମୀ ସଂଘ ତରଫ ରୁ ୯ ଦିନ ହେବ ପାଟଣାବ୍ଲକ ଅଙ୍ଗନୱାଡି କର୍ମୀ ପାଚିକା ସଂଘର ସଂପାଦିକା ସୁବାସିନୀ ଦାଶ , କୋଷାଧ୍ୟକ୍ଷା ସବିତା ସେଠୀ, କମଳା ମହାନ୍ତଙ୍କ ଉପସ୍ଥିତରେ ଆନ୍ଦୋଳନ ଜାରି ରହିଛି। ତେବେ ଅଙ୍ଗନୱାଡି କର୍ମୀ ପାଚିକାଙ୍କ ଗୋଟିଏ ସ୍ୱର ଅଙ୍ଗନୱାଡି କର୍ମୀଙ୍କ ଦରମା ୧୮ହଜାର ମିନି ଅଙ୍ଗନୱାଡି କର୍ମୀଙ୍କ ୯ହଜାର ସହ ପାଚିକାଙ୍କ ଦରମା ବୃଦ୍ଧି ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ତିବ୍ର ରୂପ ନେବା ସହ ଅଙ୍ଗନୱାଡି କେନ୍ଦ୍ର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପାଟଣା ଅଙ୍ଗନୱାଡି କର୍ମୀ ପାଚିକା ସଂଘ ପ୍ରକାଶ କରିଛି ।

Comments are closed.