ବତକ ଚୋରୀ ମାମଲାରେ ତିନି ଗିରଫ

ପାଟଣା: ପାଟଣା ଥାନା ଅନ୍ତର୍ଗତ ବାଉଁଶଡିହା ଗ୍ରାମରୁ ରମେଶ ମହାନ୍ତଙ୍କ ବତକ ଭାଡ଼ିରୁ ବତକ ଚୋରୀ କରିବା ଓ ରାତି ଶବ୍ଦ ଶୁଣି ରମେଶଙ୍କ ପତ୍ନୀ ଭାରତୀ ମହାନ୍ତ(୫୦) ବାଡ଼ି ପଟକୁ ଦଉଡ଼ି ଆସି ଜଣେ ଚୋର ର କଲର ଧରି ପକାଇବା ସମୟରେ ଚୋର ଜଣକ ଭାରତୀଙ୍କୁ ଧକ୍କା ଦେବାରୁ ସେ ତଳେ ପଡିଯାଇ ତାଙ୍କ ଗୋଡ଼ ଜଖମ ହୋଇଥିବା ଥାନାରେ ଗତ ନଭେମ୍ବର ୨୫ ରେ ଅଭିଯୋଗ ହୋଇଥିଲା। ନଭେମ୍ବର ୧୪ କାଳି ପୂଜା ରାତିରେ ଘଟଣା ଘଟିଥିବା ଅଭିଯୋଗକାରୀ ଜଣାଇଥିଲେ। ପାଟଣା ଆରକ୍ଷୀ ଘଟଣା ର ତଦନ୍ତ କରୁଥିବା ବେଳେ ଏହି ଚୋରୀ ମାମଲାରେ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନା କେସ ନମ୍ବର ୧୮୧/୨୫.୧୧.୨୦୨୦ ରିଖ ମୂଳେ ୪୫୭/୩୮୦/୩୪ ଆଇ.ପି.ସି ରେ ଦୂର୍ଗାଦେଇପୁର ର ଚନ୍ଦ୍ର ଶେଖର ବରଡ଼ିଆ ଓରଫ ଭେଲୁ (୨୮), କାମେଶ୍ଵରପୁରର ଅମନ ନାଏକ (୧୯) ଓ ସଅଁରାପଶିର ରାଜେଶ୍ ନାଏକ (୩୦)ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Comments are closed.