ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୪ ଜଣ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ସନ୍ନିକଟ ୪୯ ନଂ ଜାତୀୟ ରାଜପଥର ଝାରବେଡ଼ା ଛକରେ କେନ୍ଦୁଝରରୁ ଯଶିପୁର ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯଶିପୁର ଆଡ଼ୁ ଏକ ପିକଅପ ଝାରବେଡା ଛକ ନିକଟରେ ଡିଭାଇଡର ଗଳି ରାସ୍ତା ଦେଇ ଡାହାଣ ପଟ ଚମ୍ପୁଆ ରାସ୍ତା ଧରିବା ପାଇଁ ହଠାତ କାଟି ଦେବାରୁ ଡାହାଣ ପଟ ରାସ୍ତାରେ ଯଶିପୁର ଆଡ଼କୁ ଯାଉଥିବା କାର ସମ୍ମୁଖ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଗଳି ଆଡ ରାସ୍ତାକୁ କାଟି ଦେବାରୁ କାର ଟି ଡିଭାଇଡରରେ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟ କ୍ରମେ କାରରେ ଥିବା ୪ ଜଣ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Comments are closed.