ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଭୁବନେଶ୍ୱର : ବିଧାନସଭା ବଜେଟ୍‌‌ ଅଧିବେଶନ.. ଅଭିଭାଷଣ ଦେଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌

ନୂଆଦିଲ୍ଲୀ : ତୁର୍କୀ-ସିରିୟାରେ ବିନାଶକାରୀ ଭୂକମ୍ପର ଦୁଇ ସପ୍ତାହ ମଧ୍ୟରେ ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା.. ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୪ ଓ ୫.୮ ରେକର୍ଡ କରାଯାଇଛି.. ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୩ ଆହତ ହୋଇଛନ୍ତି..

ଭୁବନେଶ୍ୱର : ଆଜି ଠାରୁ ବିଧାନସଭା ବଜେଟ୍‌‌ ଅଧିବେଶନ.. ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ..

ସାଲେପୁର : ରାସ୍ତା ଉପରେ କ୍ଷୀର ଢାଳି ଚାଷୀଙ୍କ ପ୍ରତିବାଦ..

ବିଧାନସଭା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ.. ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ..

ବାଲେଶ୍ୱର : ଚାନ୍ଦିପୁର ୩ ନମ୍ବର ଲଞ୍ଚ୍‌‌ପ୍ୟାଡ୍‌‌ରୁ ମିଜାଇଲ ପରୀକ୍ଷଣ.. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଟିସିଏମ ମିଜାଇଲ୍‌‌ ପରୀକ୍ଷଣ..୧ ହଜାର କିମି ଲକ୍ଷ୍ୟଭେଦ ଓ ୧.୫ ଟନ୍‌‌ ଯୁଦ୍ଧାସ୍ତ୍ର ବହନ କ୍ଷମତା..

ବାଲେଶ୍ୱର ଠାରେ ପ୍ରତିଷ୍ଠା ହେବ ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲ, ଘୋଷଣା କଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ..

ଟ୍ବେଣ୍ଟି-୨୦ ବିଶ୍ବକପ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳ, ଆୟରଲାଣ୍ଡକୁ ଡକୱର୍ଥ-ଲୁଇସ୍ ନିୟମରେ ୫ ରନରେ ପରାସ୍ତକରି ଭାରତ ସେମିଫାଇନାଲ ସ୍ଥାନ ପକ୍କା କରିଛି..

ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଭିଆର ସୁବ୍ରମଣ୍ୟମଙ୍କୁ ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି, ପରମେଶ୍ବରନ୍ ଆୟାରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି..

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ, ୧୪ରେ ରାଜ୍ୟ ବଜେଟ..

ଗ୍ୟାଙ୍ଗଷ୍ଟର ନେଟଓ୍ୱର୍କ ମାମଲା- ୮ଟି ରାଜ୍ୟ ଏବଂ ଦେଶର ୭୦ଟି ସ୍ଥାନରେ ଏନ୍‌ଆଇଏର ଚଢଉ..

Comments are closed.