MEllora 950×100

ଅବକାରୀ ବିଭାଗର ଚଡାଉ; ଚୋରା ମଦ ସହ ୩ ଗିରଫ 

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ପାଟଣା ଅବକାରୀ ଥାନା ଅଞ୍ଚଳର ଡିଆନାଳି ଓ ରେଙ୍ଗାଳବେଡା ଗ୍ରାମରେ ଚଢ଼ାଉ କରାଯାଇଛି । ଚୋରା ମଦ ଭାଟି ଉପରେ ଚଢାଉ କରାଯାଇ ୮୯ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି । ଏହା ସହ ୬୦୦ କେଜି ମହୁଲ ପୋଚ ନଷ୍ଟ କରି ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ସମାଗ୍ରୀ ଜବତ କରି ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୩ ଜଣ ହେଲେ ଡିଆନାଳିର ବଳଭଦ୍ର ମୁଣ୍ଡା, ରେଙ୍ଗାଳବେଡା ଗ୍ରାମର ସାଧୁ ତାମୁଳିଆ ଓ ଅଇଁଣ୍ଠୁ ସୋରେନ ବୋଲି ଜଣାପଡିଛି । ସମସ୍ତ ୩ ଜଣଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଶରତ ଚନ୍ଦ୍ର ବାରିକ, କନେଷ୍ଟବଳ ଅଖିଳ ସର୍ଦ୍ଦାର ଓ ସମିର ମିଶ୍ର ପ୍ରମୁଖ ସାମିଲ ଥିଲେ ।

Comments are closed.