MEllora 950×100

ଡଳଙ୍ଗପାଣିରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ 

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ବନ କ୍ଷେତ୍ର ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତର ଡଳଙ୍ଗପାଣି ଗ୍ରାମରେ ଗତକାଲି ସନ୍ଧ୍ୟାରେ ୨୪ ଟିକିଆ ହାତୀପଲ ଦେଖାଯାଇଛି । ଏହି ହାତୀ ପଲ ଆଜି ସକାଳୁ ଡଳଙ୍ଗପାଣି ଗ୍ରାମରେ ଧାନ ଫସଲ ଖାଉଥିବାର ଲକ୍ଷ୍ୟ କରଯାଇଥିଲା l ଗ୍ରାମରେ ବିଭିନ୍ନ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଛି । ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ଡଳଙ୍ଗପାଣିରେ ହାତୀ ଗ୍ରାମ ଛାଡି ନଥିଲେ । ଏହି ଗ୍ରାମଟି ପାଟଣା ବନାଞ୍ଚଳ ଅଧୀନରେ ରହିଥିବାରୁ ଘଟଗାଁ ବନାଞ୍ଚଳ ଓ ପାଟଣା ବନାଞ୍ଚଳର ଅଧିକାରୀ ଓ ବନପାଳ ପାରା କର୍ମଚାରୀ ଉଭୟ ପଟୁ ହାତୀ ପଲଙ୍କୁ ଜଗିରହିଛନ୍ତି ।

Comments are closed.