MEllora 950×100

ଅବକାରୀ ବିଭାଗର ଚଢାଉ; ଚୋରା ମଦ ସହ ୩ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳର ସିଲିଦା ଗ୍ରାମରୁ ଚଢାଉ କରାଯାଇ ୧୫ ଲିଟର ଚୋରା ମହୁଲି ମଦ ଓ ୬ଲିଟର ୩ ଶହ ମିଲିଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ଭାରତ ତିଆରି ବିଦେଶୀ ମଦ ବିକ୍ରି କରୁଥିବା ସିଲିଦା ଗ୍ରାମର ପ୍ରଶାନ୍ତ କୁମାର ସେଠୀ(୫୨) ଏବଂ ପ୍ରମିଳା ବେହେରା(୪୫) ବୋଲି ଜଣାପଡିଛି । ସେହିପରି ସେହି ଗ୍ରାମର ବିଳାସୀ ମୁଣ୍ଡା(୫୪)ଙ୍କୁ ୧୫ ଲିଟର ମହୁଲି ମଦ ସହ ଗିରଫ କରାଯାଇଛି । ସମସ୍ତ ୩ ଜଣଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ରେ ପାଟଣା ଅବକାରୀ ଥାନା ଅଧିକାରୀ ଶରତ ଚନ୍ଦ୍ର ବାରିକ, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ସମିର ମିଶ୍ର, ମିଥୁନ ଜେନା, ଆରତୀ ବେହେରା ଓ ବବିତା ଲେଙ୍କା ପ୍ରମୁଖ ସାମିଲ ଥିଲେ ।

Comments are closed.