MEllora 950×100

ରାସ୍ତା ନିର୍ମାଣରେ ଠିକା ସଂସ୍ଥାର ମନମାନି; ସରିଲାନି ରାସ୍ତାକାମ

ପାଟଣା: ନିର୍ମାଣ କରିନଥିଲା ଗାୟତ୍ରୀ କି ଏ ଆର.ଏସ୍.ଏସ୍ ମଧ୍ୟ ଆଜି ପର୍ଯ୍ୟନ୍ତ କରିପାରିଲାନାହିଁ । ଢେଙ୍କିକୋଟ ଠାରୁ ୨୦ ନଂ ଜାତୀୟ ରାଜପଥରୁ ଢେଙ୍କିକୋଟ- କରଞ୍ଜିଆ ଭାୟା ପାଟଣା ୨୨୦ ନଂ ଜାତୀୟ ରାଜପଥର ଆରମ୍ଭ ୨୨୦ନଂ ଜାତୀୟ ରାଜପଥଟି ୨୦ନଂ ଜାତୀୟ ରାଜପଥର ଢେଙ୍କିକୋଟ ଓଭର ବ୍ରିଜ ନିକଟ ବଜାର ଅଞ୍ଚଳ ସର୍ଭିସ ରୋଡ଼ ବା ସେବା ମାର୍ଗରୁ ଆରମ୍ଭ ହେଇଛି । ଏପରିକି ୨୨୦ ନଂ ଜାତୀୟ ରାଜପଥର ବହୁ ଯାତ୍ରୀବାହୀ ବସ ଠାରୁ ଆରମ୍ଭ କରି ଅନେକ ଯାନବାହନ ଯାତାୟାତ କରୁଛି । ଏ ସବୁ ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଢେଙ୍କିକୋଟ ସେବା ମାର୍ଗରେ ପିଚୁ ୨୨୦ ନଂ ଜାତୀୟ ରାଜପଥକୁ ମାତ୍ର କେତେ ଫୁଟ ଛୁଇଁ ପାରୁନାହିଁ । ଓଭର ବ୍ରିଜ ପ୍ରବେଶ ପଥ ନିକଟରୁ ୨୨୦ ନଂ ଜାତୀୟ ରାଜପଥ ଆରମ୍ଭ ଯାଏ ପିଚୁ କରାଯାଉନଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ଯାହା ଫଳରେ ୨୨୦ନଂ ଜାତୀୟ ରାଜପଥ ପ୍ରବେଶ ପଥ ମରଣଯନ୍ତା ପାଲିଟିଛି । ହାଲୁକାଯାନ ୨୨୦ ନଂ ଜାତୀୟ ରାଜପଥରୁ ଢେଙ୍କିକୋଟ ସେବମାର୍ଗରୁ ଆସିବାକୁ ନୁହେଁ ଖାଲ ଖମା ଯୋଗୁଁ ଓହ୍ଲାଇବାକୁ ପଡୁଛି । ପ୍ରତ୍ୟହ ଏହି କାରଣରୁ ୪/୫ ଟି ବାଇକ ସ୍କୁଟି ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି ।

 

 

 

 

 

Comments are closed.