MEllora 950×100

ଖୁଦପୁଟୁଳି ଗାଁରେ ହାତୀ ଉପଦ୍ରବ; ବ୍ୟାପକ ଧାନଫସଲ ନଷ୍ଟ 

ପାଟଣା; କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଥମିବାରେ ନାଁ ଧରୁନାହିଁ ହାତୀ ଉପଦ୍ରବ । ଗତ ଦୁଇ ସପ୍ତାହ ଧରି ଡେରା ପକାଇଥିବା ୨୪ ଟିକିଆ ହାତୀପଲ ବିଭିନ୍ନ ଚାଷ ଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଗତ ୫ ଦିନ ଧରି ଜମୁନାପଶି, ଗୋବରାଵେଡା, ସରାସପଶି, ଗୋପପୁର, ଭରାଣ୍ଡିଆ ଆଦି ଗ୍ରାମରେ ଧାନ ଫସଲ ଓ ପରିବା ଚାଷ ନଷ୍ଟ କରିବା ପରେ ଆଜି ଦିନ ତମାମ ଖୁଦପୁଟୁଳି ଗ୍ରାମର ପନିପରିବା ଚାଷ ସହ ଧାନ ଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଅନ୍ୟ ପକ୍ଷରେ ଧାନ ଫସଲକୁ ହାତୀପଲଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀ ମାନେ ଦିନ ତମାମ ହାତୀ ଘଉଡ଼ାଇବାରେ ଲାଗି ରହିଛନ୍ତି । ତେବେ ପଲଙ୍କ ନିକଟକୁ ନଯିବା ସହ ଟେକାପଥର ମାଡ଼ ନକରିବାକୁ ବନବିଭାଗ ଲୋକଙ୍କୁ ବାରଣ କରୁଛି । ଏହି ହାତୀ ପଲଙ୍କ ଉପରେ ବନ ବିଭାଗ ପକ୍ଷରୁ ନଜର ରଖିଯାଇଥିବା ବନ ବିଭାଗ ସୂଚନା ଦେଇଛି । ଗତ ଶନିବାର ଏହି ହାତୀପଲଙ୍କୁ ଟେକା ମାରୁଥିବା ବେଳେ ଗୋଟେ ଦନ୍ତା ରାଗିଯାଇ ଯୁବକଙ୍କୁ ଗୋଡ଼ାଇ ଥିଲେ ମଧ୍ୟ ସେ ରକ୍ଷା ପାଇ ଯାଇଥିଲେ।

Comments are closed.