ଅଟେଇ ସଂରକ୍ଷିତ ଜଙ୍ଗଲ ଜବରଦଖଲ କରି ଧାନ ଚାଷ

ପାଟଣା: ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ଯୋଜନା ଆରମ୍ଭ ହେବା ପରେ ବିଭିନ୍ନ ଉପାୟରେ ବନବିଭାଗ ଓ ରାଜସ୍ବ ବିଭାଗକୁ ହାତ କରି ଲୋକେ ଜଙ୍ଗଲ ଜମି ପଟ୍ଟା ପାଉଥିବା ଦେଖା ଯାଉଛି। ଯାହାର ସୁଯୋଗ ନେଇ ଲୋକେ ଜଙ୍ଗଲ ଜମି ଦଖଲ ଆଳରେ ସଂରକ୍ଷିତ ଜଙ୍ଗଲକୁ ମଧ୍ୟ ଜବରଦଖଲକୁ ନେଇ ଯାଉଛନ୍ତି। ପାଟଣା ବ୍ଲକ ଅଞ୍ଚଳରେ ଅଟେଇ ସଂରକ୍ଷିତ ଜଙ୍ଗଲ କୁ କାଟି ବସତି ସ୍ଥାପନ କରିବା ଭଳି ଘଟଣା ଅତୀତରେ ଦେଖା ଯାଉଥିବା ବେଳେ ବହୁ ତୁମ୍ବିତୋଫାନ କାରଣରୁ ବନବିଭାଗ କଟା ଗଛ ଜବତ କରି ଚୁପ ଚାପ ବସି ଯାଇଥିଲା।

ଏବେ ପାଟଣା ବ୍ଲକର ଜାମୁଳେଇବେଡା ଏବଂ ପିଛୁଳାବେଡ଼ା ଗ୍ରାମ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରେ ସମତଳ ଅଞ୍ଚଳକୁ ହଳ କରି ହିଡ଼ ଦେଇ କିଛି ଲୋକେ ଧାନ ଚାଷ କରିଥିବା ଦେଖାଯାଉଛି। ପାଖାପାଖି ୩ ଏକର ଯାଏ ଜଙ୍ଗଲ ଜମିରେ ଧାନ ଚାଷ କରାଯାଇଥିବାରୁ ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ପ୍ରକାଶ ପାଇଛି।

Comments are closed.