ପାଟଣା ବ୍ଲକରେ ଗୋଟିଏ ପରୀକ୍ଷା କେନ୍ଦ୍ରକୁ ମାତ୍ର ୯ ପରିକ୍ଷାର୍ଥୀ

ପାଟଣା: ପାଟଣା ବ୍ଲକ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବର୍ଷ ମାତ୍ର ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷା କେନ୍ଦ୍ରଟି ପାଟଣା ଗୋପିନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଜଣାପଡିଛି। ଏଠାରେ ମାତ୍ର ୯ ଜଣ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖରୁ ମାଟ୍ରିକ ପରୀକ୍ଷା ଦେବେ। ବିନା ପରୀକ୍ଷାରେ ଫଳାଫଳରେ ଅସନ୍ତୁଷ୍ଟ ଥିବା ମାତ୍ର ୩ ଜଣ ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ୪ ଜଣ ଏକ୍ସରେଗୁଲାର ଓ ଆଉ ଦୁଇ ଜଣ ମୁକ୍ତ ବିଦ୍ୟାଳୟ ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଥିବା ସୂଚନା ରହିଛି। ପରୀକ୍ଷା ପୂର୍ବରୁ ଏହି ପରୀକ୍ଷା କେନ୍ଦ୍ରକୁ ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ବିଶୋଧନ କରାଯାଇଛି।

Comments are closed.