ଫାଶୀ ଲଗାଇ ଯୁବକଙ୍କ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ଗ୍ରାମରେ ଆଜି ଅପରାହ୍ନରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମର ଘନଶ୍ୟାମ ନାଏକଙ୍କ ପୁଅ ଅନିଲ କୁମାର ନାଏକ (୨୪) ନିଜ ଘରର ଶିଡି ଘରେ ବେକରେ ଗାମୁଛା ଲଗାଇ ଝୁଲିପଡି ଆତ୍ମହତ୍ୟା କରିଛନ୍ତି। ଆଜି ଅପରାହ୍ନ ଅଢେ଼ଇଟା ସମୟରେ ଏହି ଘଟଣା ଜଣାପଡ଼ିବା ପରେ ଘର ଲୋକେ ତାଙ୍କ ବେକରୁ ଗାମୁଛା ଖୋଲି ପ୍ରାଣରକ୍ଷା ଉଦ୍ୟମ କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ଘଟଣା ସମ୍ପର୍କରେ ତୁରୁମୁଙ୍ଗା ଥାନାକୁ ଜଣାଇଥିଲେ।

ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ବୈଦ୍ୟନାଥ ସାହୁ ଘଟଣା ସ୍ଥଳକୁ ଆସି ଯୁବକର ମୃତ୍ୟୁର କାରଣ ତଦନ୍ତ କରିବା ସହ ଶବକୁ ଜବତ କରିଛନ୍ତି। ଆସନ୍ତା କାଲି ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଅନିଲଙ୍କ ଆତ୍ମହତ୍ୟା ଘଟଣାରେ ଚାକୁଣ୍ଡାପାଳରେ ଶୋକ ପ୍ରକାଶ ପାଇଛି।

Comments are closed.