କରାପଲ୍ଲୀ ଓଡିଆ ସମାଜ ବୈଠକ, ନୂତନ ଗ୍ରାମ୍ୟ ମୁଖିଆ ଚୟନ

ଗୋପାଳପୁର: ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ପଞ୍ଚାୟତ ଅଧିନସ୍ଥ କରାପଲ୍ଲୀ ଗାଁ ରେ ଥିବା ଗ୍ରାମ୍ୟ ଓଡିଆ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗ୍ରାମ୍ୟ ଓଡିଆ ସମାଜ ମୁଖ୍ୟ ଯୁଧିଷ୍ଠିର ସାହୁ ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ।ସମାଜର କୋଷାଧ୍ୟକ୍ଷ ବିଦ୍ୟାଧର ଗୈାଡ ବାର୍ଷିକ ଆୟବ୍ୟୟର ହିସାବ ଦେବା ସମାଜର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ।

ଏହି ଅବସରରେ ଆଗାମୀ ଏକ ବର୍ଷ ନିମନ୍ତେ ଗ୍ରାମ୍ୟ ମୁଖ୍ୟ ଭାବେ ସୁବାଷ ଚନ୍ଦ୍ର ସାହୁ ଙ୍କ ମନୋନୀତ କରାଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ କେ.ବାମନ ଆଚାରୀ ଏବଂ ସଭ୍ୟ ଭାବେ ବସନ୍ତ ମହାରଣା, ରାଜେନ୍ଦ୍ର ଚୈଧୁରୀ, ଜଗନ୍ନାଥ ପାତ୍ର, ରାଜିବ ଲୋଚନ ମିଶ୍ର, ପ୍ରଫୁଲ୍ଲ ଚୈଧୁରୀ, କେ.କୃଷ୍ଣମୂର୍ତ୍ତୀ, ରାମମୂର୍ତ୍ତୀ ଭଣ୍ଢାରୀ, ଲୋକନାଥ ପଣ୍ଡିତ, ବିଜୟ ସେଠୀ, ନାରାୟଣ ପାତ୍ର, ମିଟୁ ପାତ୍ର, ମନୁ ପାତ୍ର ଓ ଦେବେନ ବେହେରା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା।

Comments are closed.