MEllora 950×100

ଗାଈ ଗଛ ଖାଇଦେବାରୁ, ଗାଈ ଚରାଳୀଙ୍କୁ ମାଡ ଅଭିଯୋଗ

ପାଟଣା – ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗ୍ରାମର ଗାଈ ଚାରାଳୀ ବିରଞ୍ଚି ବେହେରା ଓ ତାଙ୍କ ପତ୍ନୀ ପେଚି ବେହେରା ଙ୍କୁ ଗତ ଗୁରୁବାର ଗ୍ରାମର ଯଦୁମଣି ନାଏକ ଙ୍କ ପୁଅ ଗୌତମ ନାଏକ ଠେଙ୍ଗାରେ ମାଡ଼ ମାରି ଗୁରୁତର କରିଥିବା ଘଟଗାଁ ଥାନାରେ ଅଭିଯୋଗ ହୋଇଛି।

ଗାଈ ରୁମା ଛୁଇଁ ଖାଇ ଦେଇଥିବା ମିଥ୍ୟା ଅଭିଯୋଗ ଆଣି ଗୌତମ ଏପରି କାଣ୍ଡ ଘଟାଇ ଥିବାରୁ ତାହା ବିରୁଦ୍ଧରେ ନୂଆପଡା ଗ୍ରାମର ଅନେକ ଗ୍ରାମବାସୀ ଘଟଗାଁ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ସହ ଠେଙ୍ଗା ମାଡରେ ଗୁରୁତର ବିରଞ୍ଚି ଏବଂ ପେଚୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଗୌତମ ବହନ କରିବା ସହ ସେମାନଙ୍କ ଗାଈ ଚରାଇବା ପାଇଁ ଦିନ ମଜୁରୀ ହିସାବରେ ଅର୍ଥ ପ୍ରଦାନ ପାଇଁ ଦାବି କରିଛନ୍ତି।

Comments are closed.