ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂଆ ପ୍ରକଳ୍ପ ନିର୍ଦ୍ଦେଶକ

ପାଟଣା : ଓଡ଼ିଶା ପ୍ରଶାସନିକ ସେବା ର ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ୟ୍ୟ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ କାମାକ୍ଷା ନଗରର ଉପଜିଲ୍ଲାପାଳ ଭାବେ କାର୍ୟ୍ୟରତ ଥିଲେ। ଅତୀତ ରେ ଘଟଗାଁ ବ୍ଲକ ର ବିଡ଼ିଓ ଦାୟିତ୍ଵ ସହ ପାଟଣା ବ୍ଲକ ର ଅତିରିକ୍ତ ଦାୟିତ୍ବ କୁ ସଫଳତା ର ସହ ତୁଲାଇ ଥିବା ଶ୍ରୀ ଆଚାର୍ୟ୍ୟ ଙ୍କ ର ନୂତନ ନିଯୁକ୍ତି କୁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ସ୍ଵାଗତ କରାଯାଇଛି।

Comments are closed.