ଶୋଇବା ଘରୁ ୭ ଫୁଟ୍ ଲମ୍ବର ବୋଡା ସାପ ଉଦ୍ଧାର

ପାଟଣା:  କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଅସନବାହାଳି ଗ୍ରାମରେ ରିବାର ସକାଳ ସମୟରେ ଏକ ବିରାଟକାୟ ବୋଡା ସାପ ପାଟଣା ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରେମଲତା ମହାନ୍ତ ତାଙ୍କ ଶୋଇବା ଘରେ ଗୋଟିଏ ବିରାଟ କାୟ ବୋଡା ସାପ ଦେଖିବାକୁ ପାଇଥିଲେ। ପ୍ରେମଲତା ସକାଳୁ ତାଙ୍କ ଘରର ଶେଯ ଉଠାଇ  ଝାଡୁ ମାରୁଥିବା ସମୟରେ  ପାଖାପାଖି ୮ ରୁ  ୧୦ କେଜି ଓଜନର ବୋଡା ସାପ ଦେଖିବାକୁ ପାଇଥିଲେ ।  ପ୍ରେମଲତା ସାଙ୍ଗେ ସାଙ୍ଗେ ସେଇ ଗ୍ରାମର କିଛି ଲୋକଙ୍କୁ ଏ  ସମ୍ପର୍କରେ ଜଣାଇ ଥିଲେ। ଗାଁ ଲୋକ ତୁରନ୍ତ ପାଟଣା ଫରେଷ୍ଟରକୁ ଜଣାଇଥିଲେ।ଖବର ପାଇ ପାଟଣା ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୬ ରୁ ୭ ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ସାପ ଟିକୁ ବନବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଛି।

Comments are closed.