ମୋବାଇଲ୍ କିଣିବା ପାଇଁ ଟଙ୍କା ଦେଲାନି ମାଆ ; କୀଟନାଶକ ଖାଇ ପୁଅର ଆତ୍ମହତ୍ୟା

ପାଟଣା : ମାଆ ମୋବାଇଲ୍ କିଣିବା ପାଇଁ ୨ହଜାର ଟଙ୍କା ନଦେବାରୁ କୀଟନାଶକ ଖାଇ ପୁଅର ଆତ୍ମହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି।  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ବଡ଼ ମହୁଲଡିହା ଗ୍ରାମରେ ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଯୁଗଳ ନାଏକଙ୍କ ପୁଅ ବିଶ୍ଵାମିତ୍ର ନାଏକ (୨୦)। ସେ ଗତକାଲି ରାତିରେ ଘରକୁ ଫେରି ମାଆକୁ ମୋବାଇଲ୍ କିଣିବା ପାଇଁ ୨ ହଜାର ଟଙ୍କା ମାଗିଥିଲେ। ମାଆ ନଦେବାରୁ ସେ କୀଟନାଶକ ଔଷଧ ଖାଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ରୋଗିଯାନରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ବିଶ୍ଵାମିତ୍ରକୁ ମୃତ ଘୋଷଣା କରିଥିଲେ । ଆଜି ଘଟଗାଁ ପୁଲିସ ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

Comments are closed.