ଲଗାଣ ବର୍ଷାରେ ମାଛଗଡ଼ ଛକ ନିକଟରେ ଗଛ ଉପୁଡ଼ି ରାସ୍ତା ଅବରୋଧ

ଯାତାୟତ ବାଧାପ୍ରାପ୍ତ

ପାଟଣା : କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସାହାରପଡା – ଅସନବଣି ମୁଖ୍ୟ ରାସ୍ତାର ମାଛଗଡ଼ ଛକ ନିକଟରେ ଏକ ନିମ୍ବ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଯାଇଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଛୋଟ ବଡ଼ ଗାଡ଼ି ଅଟକି ରହିଥିଲା । ଘଟଣା ସ୍ଥଳରେ କରଞ୍ଜିଆ ଏବଂ ପାଟଣା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗଛକୁ କାଟି ସଫା କରିବା ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି । ଗଛ ପଡ଼ି ବିଦ୍ୟୁତ ସିମେଣ୍ଟ ଖୁଣ୍ଟ ଭାଙ୍ଗିବା ସହ ତାର ଛିଡ଼ି ଯାଇଥିବାରୁ ସାହାରପଡାର କେତେକ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

Comments are closed.