ସର୍ପାଘାତରେ ମହିଳା ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଗ୍ରାମର ନିରଞ୍ଜନ ପାତ୍ରଙ୍କ ଧର୍ମ ପତ୍ନୀ ଖିରସୁଦ୍ଧା ପାତ୍ର(୩୫)ଙ୍କ ସର୍ପାଘାତ ରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୧୨ଟା ସମୟରେ ତାଙ୍କୁ ଏକ ବିଷଧର ଚିତି ସାପ କାମୁଡି ଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Comments are closed.