ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ଗୁରୁତର ଆହତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମଣା ଜଙ୍ଗଲ ନିକଟରେ ଆଜି ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପଥକର ଫାଟକ ରୋଗିଯାନ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ଜଣଙ୍କ ପଡୋଶୀ ମୟୁରଭଞ୍ଜ ଜିଲ୍ଲା ଶୁକୃଳି ନିକଟ ଟେରଣ୍ଟି କୁଦୁର ସାହିର ଲକ୍ଷ୍ମୀଧର ଗିରି ବୋଲି ଜଣାପଡିଛି। ସେ କେନ୍ଦୁଝରରୁ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଚେମଣା ଜଙ୍ଗଲ ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରାକ୍ଟର ସହ ତାଙ୍କର ଧକ୍କା ହୋଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.