ଅବକାରୀ ଚଢାଉ: ମଦ ଜବତ ଓ ମହୁଲ ପୋଚ ନଷ୍ଟ, ଜଣେ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଚିନାମାଳିପଶି ଗ୍ରାମର ଏକ ଚୋରା ମଦଭାଟି ଉପରେ ଚଢାଉ କରାଯାଇଛି। ଚଢାଉ ସମୟରେ ମଦ ବେପାରୀ ମଦ ଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ସେଠାରେ ଗଚ୍ଛିତ ଥିବା ୬ ଶହ ୩୦ କେଜି ମହୁଲ ପୋଚ ଅବକାରୀ ବିଭାଗ ନଷ୍ଟ କରି ସେଠାରୁ ୪୦ ଲିଟର ମହୁଲି ମଦ ଜବତ କରିଛି। ସେହିପରି ମିରିଗିଖୋଜି ଗ୍ରାମରେ ଚଢ଼ାଉ କରି ବଳରାମ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୯ ଲିଟର ମହୁଲି ମଦ ଜବତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Comments are closed.