ପାଣି ପାଇପ୍ ତାଡି ଦେଲା ଠିକା ସଂସ୍ଥା, ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଞ୍ଚିତ

ପାଟଣା: ଢେଙ୍କିକୋଟ ନିକଟସ୍ଥ କାଶିବେଡା ଗ୍ରାମକୁ ଯାଇଥିବା ପଞ୍ଚାୟତ ପାଣି ପାଇପ୍ ଲାଇନକୁ ଆଜି ଏକ ଠିକା ସଂସ୍ଥା ମେସିନ କାମ କରୁଥିବା ବେଳେ ଅଜାଣତରେ ତାଡି ଦେଇଛି। ଯାହା ଫଳରେ ଫଟା ପାଇପ୍ ଦେଇ ପାଣି ବାହାରି ଯାଉଥିବାରୁ କାଶିବେଡା ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ବୃହତ ମେଗା ଜଳ ପ୍ରକଳ୍ପର ଏକ ଠିକା ସଂସ୍ଥା ପକ୍ଷରୁ ନୂଆ ପାଇପ୍ ଲାଇନ୍ ପକାଇବା ପାଇଁ ଖୋଳା ଯାଉଥିବା ବେଳେ ପୁରୁଣା ପଞ୍ଚାୟତ ପାଇପ୍ ତାଡି ହୋଇ ଯାଇଛି। ଯାହା ଫଳରେ ଆଜି ପାନୀୟ ଜଳ ଯୋଗାଡ କରିବା ପାଇଁ ଗ୍ରାମବାସୀମାନେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ତେବେ ଠିକା ସଂସ୍ଥା ଯଥା ଶିଘ୍ର ପୁରୁଣା ପାଇପ୍ ମରାମତି ନକଲେ ଗ୍ରାମବାସୀ କାମ ବନ୍ଦ କରିଦେବେ ବୋଲି ଧମକ ଦେଇଥିବା ଜଣାପଡିଛି।

Comments are closed.