ହଙ୍ଗରପ୍ରକଳ୍ପ ପକ୍ଷରୁ ଆର୍ଥିକ ପରିଚାଳନା କର୍ମଶାଳା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପଣ୍ଡାପଡା ପଞ୍ଚାୟତ ସଭାଗୃହରେ ମହିଳା ପ୍ରତିନିଧିମାନଙ୍କର ପଞ୍ଚାୟତ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ନିମନ୍ତେ ଦୁଇଦିନିଆ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଛି। ହଙ୍ଗର ପ୍ରକଳ୍ପ ପକ୍ଷରୁ ଘଟଗାଁ ବ୍ଲକ ସଂଯୋଜକା ସୁମତୀ ପିଲା ଓ ପାଟଣା ବ୍ଲକ୍ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ଏହା ହୋଇଥିଲା। ପ୍ରଶିକ୍ଷକ ଭାବେ ଘଟଗାଁ ବ୍ଲକ ପଣ୍ଡାପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ହମିଦ ଚନ୍ଦ୍ର ମହାନ୍ତ, ଗ୍ରାମ ରୋଜଗାର ସେବକ ସଦାନନ୍ଦ ମଲ୍ଲିକ ଶିବିରାର୍ଥୀମାନଙ୍କୁ କେନ୍ଦ୍ରୀୟ ଅର୍ଥ ଅନୁଦାନ, ରାଜ୍ୟ ଅର୍ଥ ଅନୁଦାନ, ମନରେଗା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି ସାମଗ୍ରୀ, ପଞ୍ଚାୟତ ପାଣ୍ଠି, ଗ୍ରାମ ପଂଚାୟତ ଉନ୍ନୟନ ପ୍ରକଳ୍ପ ପଲ୍ଲୀ ସଭା ଓ ଗ୍ରାମ ସଭା ତଥା ହିତାଧିକାରୀଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ପ୍ରଦାନର ଆର୍ଥିକ ଦିଗ ଉପରେ ସବିଶେଷ ତଥ୍ୟଗତ ସୂଚନା ଦେଇଥିଲେ। ଶିବିରରେ ପଣ୍ଡାପଡ଼ା ସରପଞ୍ଚ ପ୍ରିୟରଞ୍ଜନ ନାଏକ, ନାଏବ ସରପଞ୍ଚ ମାମି ସେଠୀ, ସୁନାଟାଙ୍ଗିରୀ ନାଏବ ସରପଞ୍ଚ ସୁନନ୍ଦା ପଥୁରିଆ, ପଟିଲୋ ସରପଞ୍ଚ ଲିପି ନାଏକ, ନାଏବ ସରପଞ୍ଚ ନବାତ ମହାନ୍ତ, ପୁରୁମୁଣ୍ଡା ସରପଞ୍ଚ ସନ୍ତୋଷିନୀ ନାଏକ ପ୍ରମୁଖ ଙ୍କ ସହ ପଣ୍ଡାପଡ଼ା , ସୁନାଟାଙ୍ଗିରୀ , ପଟିଲୋ ଓ ପୁରୁମୁଣ୍ଡା ପଞ୍ଚାୟତର ୱାର୍ଡ ସଦସ୍ୟ ଙ୍କୁ ମିଶାଇ ମୋଟ ୨୫ ଜଣ ସିବିରାର୍ଥି ଏହି ଶିବିରରେ ଯୋଗ ଦେଇଥିଲେ। ବାର୍ଷିକ ଯୋଜନା ସମ୍ପର୍କରେ ଜାଣିବା, ପଞ୍ଚାୟତ ସମ୍ବଳ ଓ ବାହ୍ୟ ସମ୍ବଳ ଉପରେ ମଧ୍ୟ ଶିବିରରେ ସବିଶେଷ ସୂଚନା ଦିଆଯାଇଥିଲା।

Comments are closed.