ମାଲିକକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲା କୁକୁର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଙ୍କୁରା ଗ୍ରାମରେ ଆଜି ନିଜ ମାଲିକକୁ ବଞ୍ଚାଇବାକୁ ଯାଇ ଗୋଟିଏ କୁକୁର ସାପ ସହ ଲଢେ଼ଇ କରି ଗଭୀର କୂଅରେ ଖସିପଡ଼ି ଥିଲା। ଆଜି ସକାଳେ ଅଙ୍କୁରା ଗ୍ରାମର ଯୋଗେଶ୍ୱର ମୁଣ୍ଡା ନିଜ ବାଡ଼ିରେ କାମ କରୁଥିବା ସମୟରେ ଗୋଟିଏ ବିଷାକ୍ତ ସାପ ତାଙ୍କ ଆଡ଼କୁ ଆସୁଥିବା ଦେଖି ପାଖରେ ଥିବା ନିଜର ପୋଷା କୁକୁରଟି ସାପ ଟିକୁ ଅଟକାଇବା ସହ ସାପ ସହ ଲଢେ଼ଇ କରି କୂଳରେ ଖସିପଡ଼ି ଥିଲା। ଯୋଗେଶ୍ୱରଙ୍କ କୁକୁରଟି କୂଅ ଭିତରେ ଖସି ପଡିବା ଦେଖି ଉଦ୍ଧାର ପାଇଁ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ କୁକୁରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ସାପଟି ପାଖ ଜଙ୍ଗଲକୁ ପଳାଇ ଯାଇଥିଲା।

Comments are closed.