ବାଇକରୁ ଖସି ଦୁଇ ଆହତ

ପାଟଣା – ପାଟଣା ଥାନା ଅନ୍ତର୍ଗତ ଭିମାପଡା ଶିବମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି।ଖବର ପାଇ ଦୁର୍ଘଟଣା ସ୍ଥଳରେ ପଡିଥିବା ଏହି ଦୁଇ ଜଣକୁ ପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଇଛି। ଆହତ ଦୁଇଜଣ ହେଲେ କରୁଣାକର ନାଏକ ଓ ତାଙ୍କ ସାଥି ବିଦ୍ୟାଧର ନାଏକ ପାଟଣା ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଛନ୍ତି।

Comments are closed.