ଚାରି ବର୍ଷ ଶିଶୁର ଅସ୍ବାଭାବିକ ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ବାରଡାଙ୍ଗୁଆ ଗ୍ରାମର ଜଣେ ୪ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି। ବାରଡାଙ୍ଗୁଆ ଗ୍ରାମର ବୁଦ୍ଧୁରାମ ରାୟଙ୍କ ୪ ବର୍ଷ ପୁଅର ରାତିରେ ପେଟ ବଥା ହେବା ସହ ବାନ୍ତି ଓ ଝାଡ଼ା ହୋଇଥିଲା। ସକାଳୁ ତାକୁ କେନ୍ଦୁଝର ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ଶିଶୁର ମୃତ୍ୟୁ ଘଟିଛି। କେନ୍ଦୁଝରରେ ଡାକ୍ତର ଏହି ସୂଚନା ଦେବା ପରେ ତୁରୁମୁଙ୍ଗା ଥାନା ଏସଆଇ ହରିଶଙ୍କର ନାୟକ କେନ୍ଦୁଝର ଯାଇ  ଶିଶୁର ଶବ ବ୍ୟବଚ୍ଛେଦ କରାଇବା ସହ ମୃତଦେହ  ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

Comments are closed.