ଅବକାରୀ ଚଢାଉରେ ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗୋଟିଏ ଡିପ୍ ଫ୍ରିଜ୍ ସହ ୫ ଲିଟର ୨୦୦ ମିଲି କିଙ୍ଗ ଫିସର ଓ ୨୦ ଲିଟର ମହୁଲି ମଦ ଜବତ କରାଯାଇଛି। ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ବରବେଡା ଗ୍ରାମର ପ୍ରଦୀପ ନାଏକ ଓ ବାଇକଳା ଗ୍ରାମର ସରସ୍ଵତୀ ହାଁସଦା ବୋଲି ଜଣାପଡିଛି। ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ସମିର କୁମାର ମିଶ୍ର ଓ ଆରତୀ ବେହେରା ସାମିଲ ଥିଲେ।

Comments are closed.