କୋଭିସିଲ୍ଡ ପ୍ରଥମ ପାନ ନେଇଥିବା ୩ ଜଣଙ୍କ ଶରୀରରେ ଚୁମ୍ବକୀୟ କ୍ଷେତ୍ର

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ବାସିନ୍ଦା ତଥା ମୁକ୍ତାପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ବେହେରା(୪୫) ଗତ ୧୯ ତାରିଖ ଝାରବେଡା ଡାକ୍ତରଖାନାରେ କୋଭିସିଲ୍ଡର ପ୍ରଥମ ମାତ୍ରା ଟୀକା ନେଇଥିଲେ। ତେବେ ଗତକାଲି ସାମାଜିକ ଗଣମାଧ୍ୟମରେ ଏହି ଟୀକା ନେଇଥିବା ଜଣେ ବ୍ୟକ୍ତିଙ୍କ ଦେହରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥିବା ଓ ତାଙ୍କ ଦେହରେ ଲୁହା ଏବଂ ଷ୍ଟିଲ ସାମଗ୍ରୀ ଲାଗି ରହୁଥିବା ଦେଖି ପ୍ରମୋଦ ନିଜ ଶରୀରରେ ଏହି ପରି ଲୁହା ପିଠା ଖଡ଼ିକା ଓ ଚାମଚ ଆଦି ଲଗାଇବାରୁ ତାଙ୍କ ଦେହରେ ଏହା ଘଣ୍ଟାଏରୁ ଅଧିକ ସମୟ ଲାଗିରହିଥିଲା। ଏପରି ହେବା ଦେଖି ସେ ସାମାନ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଟୀକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଯଦି ଏମିତି ଘଟୁଥାଏ ତେବେ କିଡନୀ କିମ୍ବା ହୃଦୟ ଉପରେ ଏହାର ପ୍ରଭାବ ପଡିବା ସନ୍ଦେହରେ ସେ ସାମାନ୍ୟ ଭୟଭୀତ ଥିବା କହିଛନ୍ତି।

ଅନ୍ୟ ପକ୍ଷରେ ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପାଟଣା ପଞ୍ଚାୟତ ଝାଟିପଡ଼ା ଗ୍ରାମର ବାସିନ୍ଦା ତଥା ଗଣମାଧ୍ୟମ ପ୍ରତିନିଧି ରଞ୍ଜନ କୁମାର ବାରିକ(୪୬) ଗତ ମେ ୮ ତାରିଖ ପ୍ରଥମ ମାତ୍ରା କରୋନା ଟୀକା ନେଇଥିବା ବେଳେ ତାଙ୍କ ଶରୀରରେ ମଧ୍ୟ ଲୁହା ଏବଂ ଷ୍ଟିଲ ସାମଗ୍ରୀ ଲାଗି ରହୁଥିବା ଦେଖାଯାଇଛି। ଢେଙ୍କିକୋଟ ନିକଟସ୍ଥ କାଶିବେଡା ଗ୍ରାମର ବାସିନ୍ଦା ତଥା ଗଣମାଧ୍ୟମ ପ୍ରତିନିଧି କବିନ୍ଦ୍ର ରାଉତ କରୋନାର ଦୁଇଟି ଜାକ ଟୀକା ନେଇ ସାରିଥିବା ବେଳେ ତାଙ୍କ ଶରୀର ରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି। ତେବେ କରୋନା ଟୀକା କୋଭିସିଲ୍ଡ ନିର୍ମାତା ସିରମର ଓଡ଼ିଶା ମୁଖ୍ୟ ଟୀକା ପ୍ରଭାବରୁ ଏପରି ଘଟୁ ନଥିବା ବିବୃତି ଦେଇଥିବାରୁ ଟୀକା ନେଇଥିବା ବ୍ୟକ୍ତିମାନଙ୍କ ଠାରେ କାହିଁକି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଛି ତାହାର ସଠିକ୍ କାରଣ ଜଣାପଡ଼ିନାହିଁ।

Comments are closed.