ଭାଲୁ ଆକ୍ରମଣ ଜଣେ ଆହତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତର କୋଡ଼ଖମଣ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ସେହି ଗ୍ରାମର ସଦାନନ୍ଦ ମହାନ୍ତ ବୋଲି ଜଣାପଡିଛି । ସୂଚନା ମୁତାବକ ସଦାନନ୍ଦ ସକାଳୁ ସକାଳୁ ମହୁଲ ଗଛରୁ ଟୋଲ ସଂଗ୍ରହ କରିବା ପାଇଁ ଘର ପାଖରେ ଥିବା ମହୁଲ ଗଛ ନିକଟକୁ ଯାଇଥିବା ବେଳେ ହଠାତ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଚିତ୍କାର କରିବା ଯୋଗୁ ଆଖ ପାଖରେ ଥିବା ଲୋକମାନେ ଧାଇଁ ଯାଇ ତାଙ୍କୁ ଭାଲୁ କବଳରୁ ରକ୍ଷା କରିଥିଲେ । ଭାଲୁଟି ତାଙ୍କ ଗୋଡ଼କୁ ଆକ୍ରମଣ କରି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭାଲୁ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ଜଣେ ଗରିବ ଚାଷୀ ହୋଇଥିବା ଯୋଗୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Comments are closed.