ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଗରିବ ଅସହାୟ ଟୁଣ୍ଟୁ ନାଏକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଝାଟିପଡା ଗ୍ରାମର ଟୁଣ୍ଟୁ ନାଏକ ଜଣେ ଭିନ୍ନକ୍ଷମ ଓ ଗରିବ। ଘରେ ସ୍ତ୍ରୀ ଏବଂ ଗୋଟିଏ ଝିଅକୁ ନେଇ ତାର ପରିବାର। ଗତ କିଛି ଦିନତଳେ ଦେହ ହଠାତ ଅସୁସ୍ଥ ହେବାରୁ ଡାକ୍ତର ଖାନାକୁ ଯାଇଥିଲେ।ଡାକ୍ତରଙ୍କ ରିପୋର୍ଟ ଅନୁସାରେ ତାଙ୍କର ବୃକକ ଓ ପିତ୍ତ କୋଷ ରେ ପଥର ହୋଇଛି ଏବଂ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବବୋଲି ଡାକ୍ତର କହିଥିଲେ।

ଦିନକୁ ଦି ଓଳି ଖାଇବାକୁ ପାଉନଥିବା ଟୁଣ୍ଟୁ ନାଏକ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ଦେହ ସୁସ୍ଥ ହେବାପାଇଁ ଲକ୍ଷାଧିକ ଟଙ୍କା ଦରକାର, ସେତେବେଳେ ଏତେ ଟଙ୍କା ତାଙ୍କ ପାଇଁ ମରୀଚିକା ସଦୃଶ ଭାବି ଦୁଃଖରେ ଭାଙ୍ଗିପଡି ନିଃସହାୟ ଭାବରେ ଭଗବାନଙ୍କ ଉପରେ ଭରସା କରି ଘରେ ପଡିରହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରକାରଙ୍କର ଯୋଜନା ସତରେ କାହାପାଇଁ। ଏଠି ଧନୀ ଲୋକମାନେ ମାଲେମାଲ ହେଉଥିବା ବେଳେ ଗରିବର ଅବସ୍ଥା ଏତେ ବେହାଲ ହୋଇପଡୁଛି କେମିତି। ସମୟ ଏବଂ ଭାଗ୍ୟମଝିରେ ସନ୍ତୁଳିତ ହେଉଥିବା ଟୁଣ୍ଟୁ ନାଏକକୁ ଯଦି ସରକାରଙ୍କର ତରଫରୁ କିଛି ଆର୍ଥିକ ସହାୟତା ମିଳିପାରନ୍ତା ତାହାଲେ ଲୋକଟି କମସେ କମ ବଞ୍ଚିଯାଇପାରନ୍ତା ବୋଲି ଗ୍ରାମବାସୀ ମତ ରଖିଛନ୍ତି।

Comments are closed.