କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଦକ୍ଷିଣପଶି କାଜୁ ଜଙ୍ଗଲରୁ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବଡ଼ଧନୁର୍ଜୟପୁର ଗ୍ରାମ ବିଜାନାଳି ସାହିର ସଞ୍ଜନ ମହାରଣା(୨୨) ବୋଲି ଜଣାପଡିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଏକ କାଜୁ ଗଛରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇବା ସହ ପାଟଣା ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ଆଜି ମୃତକଙ୍କର ପାଟଣାରେ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ମୃତ ଯୁବକ ଜଣକ ଅଧିକାଂଶ ସମୟ ଦକ୍ଷିଣପଶିରେ ରହୁଥିବା ବେଳେ ତାଙ୍କୁ ପରକୀୟା ପ୍ରୀତି ଯୋଗୁ ମାରି ଟାଙ୍ଗି ଦିଆଯାଇଥିବା ବିଜାନାଳି ସାହିରେ ଚର୍ଚ୍ଚା ହେଉଛି।

Comments are closed.