ଦେୟମୁକ୍ତ ବିଜୁଳି ଯୋଗାଇବା ଦାବିରେ ଦସ୍ତଖତ ଅଭିଯାନ

ପାଟଣା: ଆଜି ଆମ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ମହାନ୍ତଙ୍କ ଅଧ୍ୟକ୍ଷତାରେ ସାହାରପଡା ବ୍ଲକର ଶଙ୍ଖୁଆ ପଞ୍ଚାୟତର ବୁଢାବଣ, ବଡବିଲ ପଞ୍ଚାୟତର ତାଳସରୁଆ ଓ ସାହାରପଡା ପଞ୍ଚାୟତର ତଣ୍ଡୋ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆମ୍ ଆଦମୀ ପାର୍ଟିର ଚାଲିଥିବା ୨ଶହ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରି ଦସ୍ତଖତ କରିଥିଲେ। ଆଗାମୀ ଜୁନ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେବା ନିମନ୍ତେ ଭୁବନେଶ୍ୱର ଚାଲ ଅଭିଯାନକୁ ସଫଳ କରିବା ନିମନ୍ତେ ଆହ୍ବାନ କରାଯାଇଥିଲା।

Comments are closed.