ଖିରେଇଟାଙ୍ଗୀରୀ ଗ୍ରାମରେ ମୁନୀ ସମାଜର ସତସଙ୍ଗ

ପାଟଣା: ପାଟଣା ବ୍ଲକ୍ ଖିରେଇଟାଙ୍ଗିରୀ ଗ୍ରାମରେ ମୁନି ସମାଜର ଏକ ସତସଙ୍ଗ ସଭା ଅନୁଷ୍ଟିତ ହୋଇଯାଇଛି। ମୁନି ରାଞ୍ଚି କୁମୁଦିନୀ ନାୟକଙ୍କ ଆବାହନ କ୍ରମେ ଏହା ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦୁଝର ଜିଲ୍ଲାର ୩୦ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଯୋଗ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମୁନି ରାଞ୍ଚି କୁମୁଦିନୀ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରିଥିଲେ। ଯୋଗୀ ମୀନକେତନ ମୁନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସତସଙ୍ଗ ଉତ୍ସବରେ ଓଡ଼ିଶା ପ୍ରାନ୍ତୀୟ ମୁନି ସମାଜର ସଙ୍ଗଠନ ପ୍ରଚାର ମନ୍ତ୍ରୀ ଯୋଗି ଅନନ୍ତ ମୁନୀ ସତ୍ୟ ପତାକା ଉତ୍ତୋଳନ ପରେ ସତସଙ୍ଗ ସଭା ଅନୁଷ୍ଟିତ ହୋଇଥିଲା। ଏଥିରେ କେନ୍ଦୁଝର ଜିଲ୍ଲାର ବରିଷ୍ଟ ଯୋଗୀ ତ୍ରିଲୋଚନ ମୁନୀ, ଘନଶ୍ୟାମ ମୁନି, ବୈଶାଖ ମୁନି, ଫlଳଗୁନୀ ମୁନୀ, ବିଶ୍ଵାମିତ୍ର ମୁନୀ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଯୋଗୀ ଜନlର୍ଦ୍ଧନ ମୁନୀ, ହିରାଲାଲ ମୁନୀ ଅଂଶ ଗ୍ରହଣ କରିଥିଲେ। କେନ୍ଦୁଝର ଜିଲ୍ଲାର ବରିଷ୍ଠ ଯୋଗାଚାର୍ଯ୍ୟ ହିରନ୍ୟ ଖିଲାର ସତସଙ୍ଗରେ ଉପସ୍ଥିତ ହୋଇ ସମସ୍ତଙ୍କୁ ଉତ୍ସlହିତ କରିଥିଲେ। ସଭାର ସମସ୍ତ ଆୟୋଜନ କରିଥିଲେ ମୁନୀ ରାଞ୍ଚି କୁମୁଦିନୀ ଅପରାହ୍ନରେ ସହ ଭୋଜନ ପରେ ଉତ୍ସବ ଶେଷ ହୋଇଥଲା।

Comments are closed.