ତିନି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜୋରିମାନା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ବାଲି ଚୋରା ଚାଲାଣ ବୃଦ୍ଧି ପାଇଥିବା ବେଳେ ରାଜସ୍ୱ ବିଭାଗ ଏବେ ଚଢ଼ାଉ କୁ ଜୋରଦାର କରିଛି। ଆଜି ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଓ ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ରାଜନଗର ନିକଟରେ ଚଢାଉ କରି ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ସେହିପରି ୪୯ ନମ୍ବର ଜାତୀୟର ତୁରୁମୁଙ୍ଗା ନିକଟରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଜବତ ସମସ୍ତ ଟ୍ରାକ୍ଟର ଉପରେ ୩୨ ହଜାର ୨୪୦ ଟଙ୍କା ଜୋରିମାନା କରାଯାଇଛି। ଯାହାଫଳରେ ରାଜସ୍ୱ ବିଭାଗର ଅତର୍କିତ ଚଢ଼ାଉ ରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comments are closed.