ପାଟଣାରେ ଗୁଟକା ବ୍ୟବସାୟୀଙ୍କୁ ଜୋରିମାନା

ପାଟଣା: ପାଟଣା ବଜାରରେ ଆଜି ସ୍ବାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ଓ ପାଟଣା ପୁଲିସ ପକ୍ଷରୁ ସିଗାରେଟ, ଗୁଟକା ବେପାର ଅବ୍ୟାହତ ରଖିଥିବା ପାନ ଦୋକାନ ଓ ତେଜରାତି ଦୋକାନ ଉପରେ ଚଢ଼ାଉ କରାଯାଇଛି। କେନ୍ଦୁଝର ସ୍ବାସ୍ଥ୍ୟ ବିଭାଗରୁ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ ବିଭାଗ ଜିଲା ଅଧିକାରିଣୀ ସୁଜାତା କବିଙ୍କ ସହ ପାଟଣା ଅବକାରୀ ଥାନାଧିକାରୀ ଜନାର୍ଦ୍ଦନ ପଲେଇ, ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ଅନ୍ୟ କର୍ମଚାରୀଙ୍କ ସହ ପାଟଣା ପୁଲିସ ଏ.ଏସ.ଆଇ ପଦ୍ମାବତୀ ବିଶ୍ଵାଳ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ। ମୋଟ ୨୦ଟି ଦୋକାନ ରେ ଚଢାଉ କରାଯାଇ ମାତ୍ର ୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି।

Comments are closed.