ଯୁବ ରେଡକ୍ରସ୍ ଓ ଏନଏସଏସ ପକ୍ଷରୁ ସେବାକାର୍ଯ୍ୟ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତ ଅଙ୍ଗିକଳା ଗ୍ରାମରେ ଶନିବାର ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଏନଏସଏସର ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ସେବା କାର୍ଯ୍ୟ କରାଯାଇଛି। ଅଙ୍ଗିକଳା ଗ୍ରାମରେ ରହୁଥିବା ୭୦ ବର୍ଷ ବୟସରୁ ଉର୍ଦ୍ଧ ରହୁଥିବା ୧୨ଟି ପରିବାରଙ୍କ ସହ ଦିବ୍ୟାଙ୍ଗ ପରିବାରଙ୍କୁ ସ୍ବେଚ୍ଛାସେବୀ ତାପସ କୁମାର ମହାନ୍ତ, ମଧୁମିତା ଦାସ ଓ ପୁଷ୍ପାଞ୍ଜଳି ଦାସ ପ୍ରମୁଖ କରୋନା କଟକଣାକୁ ମାନି ମୁହଁ ତୁଣ୍ଡି, ବିଶୋଧକ, ବିସ୍କୁଟ ଓ ସାବୁନ ଇତ୍ୟାଦି ପ୍ରଦାନ କରିବା ସହ କରୋନା ସଚେତନତା ମାନିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି।

Comments are closed.