ପତ୍ନୀକୁ ଆଶ୍ରୟ ଦେବାରୁ ଅନ୍ୟର ଘର ଭାଙ୍ଗିଲା କ୍ରୋଧାନ୍ଧ ସ୍ବାମୀ

ପାଟଣା: ପାଟଣା ଥାନା ଅନ୍ତର୍ଗତ କୁଦାବେଡା ଗ୍ରାମର ଶତ୍ରୁଘ୍ନ ନାଏକ ଓରଫ କାଳିଆ(୩୫) ନିଜ ଗ୍ରାମର ରଥ ନାଏକଙ୍କୁ ଗାଳି ଗୁଳକ କରିବା ସହ ତାଙ୍କ ଘର ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଛି। ଖବରରୁ ପ୍ରକାଶ ଯେ ପାଟଣା ଥାନା କୁଦାବେଡା ଗ୍ରାମର ଶତ୍ରୁଘ୍ନ ନାଏକ ନିଜ ଘରେ ପତ୍ନୀ ରେବତୀଙ୍କୁ ଗତକାଲି ମାଡ଼ ମାରିବା ସମୟରେ ରେବତୀ ଭୟରେ ରଥ ନାଏକଙ୍କ ଘରକୁ ଚାଲି ଆସିଥିଲେ ଓ ପରେ ପରେ ବାପ ଘର ଡୁବୁରି ନିକଟ ନଡ଼ିଆଭଙ୍ଗା ଗ୍ରାମକୁ ଚାଲିଯାଇଥିଲେ। ପତ୍ନୀକୁ ରଥ ଘରେ ଆଶ୍ରୟ ଦେଇ ଫେରାର କରାଇଥିବା ରାଗରେ ଶତ୍ରୁଘ୍ନ ନିଜ ଗ୍ରାମର ରଥ ନାଏକଙ୍କ ଘରକୁ ଯାଇ ପାଟି ତୁଣ୍ଡ କରିବା ସହ ରଥ ଓ ତାଙ୍କ ଭାଇ ବାଳି ନାଏକ ନାଏକ ଘର ଭାଙ୍ଗିବା ସହ ନିଆଁ ଲଗାଇଦେବାକୁ ଚେଷ୍ଟା କରିଥିବା ଥାନାରେ ରଥ ନାଏକ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ଆଜି କୁଦାବେଡା ଗ୍ରାମରୁ ଶତ୍ରୁଘ୍ନ ନାଏକ ଓରଫ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଠାରୁ ପ୍ରକାଶ।

Comments are closed.