ପାଟଣା ନିର୍ବାଚନ ମଣ୍ଡଳୀର ୭ଟି ଜୋନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର ୭ଟି ଯାକ ଜୋନ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚମ୍ପୁଆ ବ୍ଲକର ୧୫ ନମ୍ବର ଜୋନରେ ରମଣୀ ନାଏକ, ଖୁମ୍ପୁରା ବ୍ଲକର ୧୮ ନମ୍ବର ଜୋନ ପାଇଁ ଉଖୁଣ୍ଡାର ରାଧାକାନ୍ତ ନାଏକ, ପାଟଣା ବ୍ଲକର ୨୧ ନମ୍ବର ଜୋନ ପାଇଁ ଖିରେଇଟାଙ୍ଗିରିର ପ୍ରଫୁଲ୍ଲ କୁମାର ନାଏକ, ୨୨ ନମ୍ବର ଜୋନରେ ଚକୁଣ୍ଡାପାଳ ଗ୍ରାମର ସୌଭାଗ୍ୟ ମଞ୍ଜରୀ ନାୟ , ୨୩ ନମ୍ବର ଜୋନରେ ଡିଆନାଳି ଗ୍ରାମର ରୁନୁ ମହାନ୍ତ, ସାହାରପଡା ବ୍ଲକର ୨୯ ନମ୍ବର ଜୋନରେ ତେଣ୍ଡରା ଗ୍ରାମର ବୁଦ୍ଧଦେବ ମହାକୁଡ଼ ଓ ୩୦ ନମ୍ବର ଜୋନରେ ଗୋପିନାଥପୁର ଗ୍ରାମର ଚମ୍ପାବତି ଟୁଡୁ ଆଜି ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

Comments are closed.