ଲଙ୍ଗଳକଣ୍ଟି ଗ୍ରାମ ଠାକୁରାଣୀ ପୀଠ ପୂଜକଙ୍କ ପରଲୋକ

ପାଟଣା: ଢେଙ୍କିକୋଟ ନିକଟସ୍ଥ ଲଙ୍ଗଳକଣ୍ଟି ଗ୍ରାମ ର ଠାକୁରାଣୀ ଶାଳ ପୂଜକ ଗୋବିନ୍ଦ ନାୟକଙ୍କ ଆଜି ୬୫ ବର୍ଷ ବୟସରେ ପରଲୋକ ଘଟିଛି। ସେ ଲଙ୍ଗଳକଣ୍ଟି ଗ୍ରାମର ବେଲସୁନ୍ଦରୀ ଠାକୁରାଣୀ ପୀଠର ପୂଜକ ଭାବେ କାର୍ଯ୍ୟ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ ଜଣେ କର୍ମଠ ଓ ଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ। ସେ ଦୀର୍ଘ ଦିନ ଧରି କିଡନୀ ରୋଗ ରେ ପୀଡିତ ଥିଲେ। ତାଙ୍କର ଶେଷକୃତ୍ୟରେ ଜାତୀୟ ଅନୁସୂଚୀତ ଜନଜାତି କମିଶନ ସଦସ୍ୟ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ, ଜିଲ୍ଲା ବିଜେପି କାର୍ଯ୍ୟାଳୟ ସହ ସମ୍ପାଦକ ଜୟଦେବ ଗିରି, ଗ୍ରାମସାଥୀ ଦୋଳଗୋବିନ୍ଦ, ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ହୃଷୀକେଶ ନାୟକ, କୃଷକ ସାଥି ପ୍ରସନ୍ନ ନାୟକ ପ୍ରମୁଖ ସାମିଲ ଥିଲେ।

Comments are closed.