ଗୋଣ୍ତ ସାଂସ୍କୃତିକ ସମାଜ ନୂଆଖମଣ ପଲ୍ଲୀର ଶପଥ ପାଠ ଉତ୍ସବ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ନୂଆଖମଣ ଗ୍ରାମ ଠାରେ ନୂତନ ଭାବେ ଗଠିତ ନୂଆଖମଣ ପଲ୍ଲୀର ସଭାପତି ଅଚ୍ୟୁତାନନ୍ଦ ନାୟକଙ୍କ ସଭାପତିତ୍ବରେ ଗୋଣ୍ଡ ସାଂସ୍କୃତିକ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ଅନୁସାରେ ସମସ୍ତେ ତୁଣ୍ଡି ପରିଧାନ କରିଥିଲେ। ସର୍ବ ପ୍ରଥମେ ପୂର୍ବତନ ଓଡ଼ିଶା ଗୋଣ୍ଡ ସାଂସ୍କୃତିକ ସମାଜର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କୁନି କୁନି ଝିଅ ମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ।

ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଉପଦେଷ୍ଟା ପ୍ରାଣବଲ୍ଲଭ ନାୟକ ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକ ଦୀପ ପ୍ରଜ୍ବଳନ କରିଥିଲେ। ସଭା ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ଯୁବ ସଂଗଠକ ଗଦାଧର ନାୟକ। ନୂତନ ପଲ୍ଲୀର କର୍ମକର୍ତ୍ତା ମାନଙ୍କର ନାମ ଘୋଷଣା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ନାୟକ। ସାଧାରଣ ସମ୍ପାଦକ ଶିକ୍ଷା ବିଭାଗ ଚକ୍ରଧର ନାୟକ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ। ଜିଲ୍ଲା କମିଟିର ସଦସ୍ୟ ବେଣୁଧର ନାୟକ ୨୦୨୧ ରେ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶବ୍ଦକୋଷ ବହି ଅର୍ପଣ କରିଥିଲେ। ଉକ୍ତ ସଭାରେ ଯୋଗ ଦେଇଥିଲେ ଜିଲ୍ଲା ଉପସଭାପତି ବୈକୁଣ୍ଠ ନାୟକ, ଚିତ୍ର ଶିଳ୍ପୀ ଦୈତାରି ସିଂ, ହୃଷିକେଶ ନାୟକ, ଗିରିଧାରୀ ନାୟକ, ଉମାକାନ୍ତ ନାୟକ, ଦୀନମଣି ନାୟକ, ନେତ୍ରାନନ୍ଦ ନାୟକ, ଗୈାରଚନ୍ଦ୍ର ନାୟକ, ସନାତନ ନାୟକ, ପୁଷ୍ପଲତା ନାୟକ, ଲାଲମୋହନ ନାୟକ, ଶୈଳବାଳା ଭୋଇ ତଥା ଗ୍ରାମର ଜନସାଧାରଣ। ପଲ୍ଲୀ ସମ୍ପାଦକ ଲକ୍ଷ୍ମଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.