ଅବକାରୀ ଚଢ଼ାଉ, ବିପୁଳ ପରିମାଣର ପୋଚ ନଷ୍ଟ ସହ ମଦ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଜିଷ୍ଟ୍ରେଟଙ୍କ ଦାୟିତ୍ଵରେ ଥିବା ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଉପସ୍ଥିତିରେ ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ଦଳ ମିଳିତ ଭାବେ ଏପିଆର୍ ଫୋର୍ସଙ୍କ ସହାୟତାରେ ପାଟଣା ଥାନା ଅଞ୍ଚଳର ଭାଲିଆଡିହା ଓ ଚୁନୁସାହି, ତୁରୁମୁଙ୍ଗା ଥାନା ଅଞ୍ଚଳର ହିରାପଶି ଗ୍ରାମର ଚୋରା ମଦଭାଟି ଉପରେ ଚଢ଼ାଉ କରି ମୋଟ ୧୮ ହଜାର ୪୦୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ୪୧୦ ଲିଟର ଚୋରା ମହୁଲି ମଦ ଜବତ କରିଛି। ଏହା ସହ ମଦଭାଟିରୁ ପ୍ରସ୍ତୁତି ସରଞ୍ଜାମ ଗୁଡ଼ିକ ଜବତ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉରେ କେନ୍ଦୁଝର ଅବକାରୀ ବିଭାଗ, ଘଟଗାଁ ଅବକାରୀ ବିଭାଗ, ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ଦଳ ସାମିଲ ଥିଲେ। ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ବେଣୁଧର ସାମଲଙ୍କ ନେତୃତ୍ୱରେ ଏହି ଚଢାଉ ହେଇଥିଲା।

Comments are closed.