ଏକାଠି ହେଲେ ପଂଚାୟତ ସ୍ୱାବଲମ୍ବୀ କାରିଗର

ପାଟଣା: ନିଜ ନିଜ ପଂଚାୟତ ଅଂଚଳରେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ପାଇପଲାଇନ ସଜାଡିବା, ନଳକୂପ ମରାମତି କରିବା, ପମ୍ପ ଚଳାଇବା ଆଦି କ୍ଷେତ୍ରରେ କାର୍ଯ୍ୟରତ ସ୍ୱାବଲମ୍ବୀ (ଏସ.ଇ.ଏମ ) କାରିଗରମାନଙ୍କର ଏକ ବୈଠକ ଆଜି ପାଟଣା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦେଇପଶି ସମିତିସଭ୍ୟ ମିତ୍ରଭାନୁ ମହାନ୍ତ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସୁବୋଧ କୁମାର ମଣ୍ଡଳ ଓ କନିଷ୍ଠ ଯନ୍ତ୍ରୀ ଇଂ ସସ୍ମିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏସ.ଇ.ଏମ. ମାନଙ୍କୁ ସହାୟକ ଶ୍ରମିକଙ୍କ ମଜୁରୀ, ପାରିଶ୍ରମିକ ପ୍ରଦାନ ଆଦି ସେମାନଙ୍କର ବିବିଧ ସମସ୍ୟା ଉପରେ ବୈଠକ ରେ ଆଲୋଚନା ହୋଇଥିଲା।

Comments are closed.