ପାଟଣା ବନାଞ୍ଚଳରେ ହାତୀପଲ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଗଲେ କଟାଧାନ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳକୁ ପୁଣି ଲେଉଟିଲେ ୨୬ ଟିକିଆ ଝାଡ଼ଖଣ୍ଡି ହାତୀପଲ। ବିଳମ୍ବିତ ରାତିରେ ଏହି ହାତୀ ପଲ ସାହାରପଡା ସେକ୍ସନ ର ଖଡିକାପଦା, ଗୋହିରା ଓ ଜୟପୁର ଗ୍ରାମରେ ହାତୀ ଆତଙ୍କ ଖେଳାଇଛି। ଏହି ହାତୀ ପଲ ଜୟପୁର ଗ୍ରାମର ସାଲୁ ମାଝୀ ଓ ଖଡିକାପଦା ଗ୍ରାମର ଦୈତାରୀ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛନ୍ତି। ଏହା ସହ ଘର ନିକଟରେ ଥିବା କଟା ଧାନ ଖାଇବା ସହ ମାଡିଦଳି ନଷ୍ଟ କରିଛନ୍ତି। ଏହି ହାତୀ ପଲ ଏବେ ଫୁଲପାହାଡି ଜଙ୍ଗଲରେ ଥିବା ବେଳେ ବନ ବିଭାଗ ହାତୀପଲ ଉପରେ ନଜର ରଖିଥିବା ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି।

Comments are closed.